ନକଲି ନେଭି ଅଫିସର ଗିରଫ

କଟକ : ନକଲି ମର୍ଚ୍ଚଏଣ୍ଟ ନେଭି ରେ ଚାକିରୀ କରେଇଦେବାନା ରେ ଠକେଇ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ରେ। ଜଣକୁ ଗିରଫ କରିଛି କଟକ ଚଉଳିଆଗଞ୍ଜ ଥାନା ପୋଲିସ । ଗିରିଫ ଯୁବକ ହେଲେ ଜଗତସିଂହପୁର ସୋମପୁର ଅଞ୍ଚଳର ସୌମ୍ୟରଂଜନ ମିଶ୍ର। ମର୍ଚ୍ଚଏଣ୍ଟ ନେଭି ରେ ଯେଉଁ ଯୁବକ ଯୁବତୀ ଚାକିରୀ ପାଇଁ ଆବେଦନ କରିଥିଲେ ସେମାନଙ୍କ ଡାଟାକୁ କଲେକ୍ସନ କରି ସେମାନଙ୍କୁ ଯୋଗାଯୋଗ କରି ଦୁବାଇ ରେ ଚାକିରୀ , ଭିସା,, ଫ୍ଲାଇଟ ଟିକେଟ କରେଇଦେବ କହି ଲୋକଙ୍କୁ ମୋଟା ରକମର ଲୁଟୁଥିଲା ଟଙ୍କା। ତାସହ ନିଜକୁ ଓଡିଶା ପୋଲିସର ପୂର୍ବତନ ପୋଲିସ ଡିଜି ର ବଡ଼ ପୁଅ କହି ଟାର୍ଗେଟ କରୁଥିଲା ଯୁବ ପିଢ଼ୀକୁ । ମହାନଦୀବିହାର ଅଞ୍ଚଳର ଜଣେ ମହିଳା ଠାରୁ ସେ ୪୦,୦୦୦ ଟଙ୍କା ନେଇ ଠକିଥିବା ବେଳେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ଚଉଳିଆଗଞ୍ଜ ଥାନାଅଧିକାରୀ ସସିକାନ୍ତ ରାଉତ , ସ୍ୱାର୍ଡ ଟିମ ଗିରଫ କରିବାରେ ସଫଳ ହେଇଥିଲେ । ଗିରଫ ବେଳେ ତା ନିକଟରୁ ଗୋଟାଏ କାର , ୩୮,୦୦୦ ଟଙ୍କା ମର୍ଚ୍ଚଏଣ୍ଟ ନେଭିର ଟୋପି , ପୋଷାକ , କାର୍ଡ଼ ଗୁରୁତ୍ୱପୂର୍ଣ କାଗଜ ପତ୍ର ସିଜ କରିଛି ପୋଲିସ।