ନକଲି ମହିଳା ଆଇପିଏସ ଅଫିସର ଗିରଫ

(ରିପୋଟର୍ସ ଟୁଡେ/ଭୁବନଶ୍ୱେର/): ରାଜଧାନୀରୁ ନକଲି ମହିଳା ଆଇପିଏସ ଅଫିସର ଗିରଫ । ନକଲି ଆଇପିଏସ ଅଫିସର ଶର୍ମିଷ୍ଠା ବେହେରାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏହି ମହିଳା ଜଣଙ୍କ କମିଶନରେଟ ପୋଲିସର ଅଧିକାରୀଙ୍କୁ ଫୋନ କରି ଜଣେ କନେଷ୍ଟବଳଙ୍କର ଡ୍ୟୁଟି ବଦଳାଇବା ପାଇଁ ବାରମ୍ବାର ଚାପ ପକାଉଥିଲେ । ଗିରଫ ମହିଳାଙ୍କ ସହ କିଛି କନେଷ୍ଟବଳଙ୍କ ଲିଙ୍କ ରହିଥିବା ଜଣାପଡିଛି । ତେବେ ପୋଲିସ ନକଲି ମହିଳା ଆଇପିଏସକୁ ଅଧିକ ପଚରାଉଚରା କରିବା ପରେ ଅନ୍ୟ କାହା ସହ ଲିଙ୍ଗ ରହିଛି ଜଣାପଡିବ ।