ଧରାହେଲା ଫେସବୁକ ଲୁଟେରା

(ଜୟନ୍ତ କୁମାର ସେଠୀ) : ଫେସବୁକ ଚାଟିଙ୍ଗ ପରେ ଦେଖାଚାହାଁ , ବୁଲାବୁଲି ଓ ଅନ୍ତରଙ୍ଗ ପରେ ମନ୍ଦିରରେ ପ୍ରେମିକ ମଥାରେ ସିନ୍ଦୂର । ହେଲେ ଧୋକାଦେଲା ମନ ଭୁଲାଣିଆ କଥା କହି ଆପଣାର ସାଜିଥିବା ଲୋକଟି , କେବଳ ସେତିକି ନୁହେଁ ପତ୍ନୀର ସମ୍ବେଦନଶୀଳ ଅଙ୍ଗରେ କିଛି ବିଷାକ୍ତ ଦ୍ରବ୍ୟ ପକାଇ ତାକୁ କ୍ଷତବିକ୍ଷତ କରିବାକୁ ପଛାଇଲେ ନାହିଁ ଧୋକବାଜ ସ୍ଵାମୀ । ଏଥିସହିତ ବିଭିନ୍ନ ବ୍ୟକ୍ତି ଠାରୁ ବିପୁଳ ଅର୍ଥ ଠକେଇ କରିଥିବା ଅଭିଯୋଗ ହୋଇଛି ଥାନାରେ । ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗରେ ।

ମିଳିଥିବା ସୁଚନା ଅନୁଜାଇ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଶିଆରିଆ ଗ୍ରାମର ମାନସ ରଥଙ୍କର ସମ୍ପର୍କୀୟ ଙ୍କ ମାଧ୍ୟମରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ୨୮ ବର୍ଷିୟ ଯୁବତୀଙ୍କ ସହିତ । ଗତ ଜୁନ ମାସରେ ପରିବାରର ସହମତିରେ ମନ୍ଦିରରେ ମାନସ ଯୁବତୀ ମଥାରେ ସିନ୍ଦୂର ପିନ୍ଧାଇ ବିବାହ ମଧ୍ୟ କରିଥିଲେ।
ତାପରେ ପତ୍ନୀର ସମ୍ବେଦନଶୀଳ ସ୍ଥାନରେ କିଛି କେମିକାଲ ପକାଇ ଗୁରୁତର ଅସୁସ୍ଥ କରିଦେଲେ ମାନସ ଏବଂ ବଳଙ୍ଗା ସରକାରୀ ଡାକ୍ତରଖାନାକୁ ପତ୍ନୀକୁ ଚିକିତ୍ସା ପାଇଁ ଅଣି ସିକାର ବନେଇଲେ ଖୋଦ୍ ଡାକ୍ତରଙ୍କୁ । ନିଜକୁ ଆଇ ଆର ଏସ ଅଫିସର ରୂପେ ପରିଚୟ ଦେଇ ଡାକ୍ତର ମିଶ୍ରଙ୍କ ଉଚ୍ଚ ଶିକ୍ଷିତା ପତ୍ନୀ ଙ୍କୁ ଧାମାରା ବନ୍ଦରରେ ଚାକିରି କରେଇ ଦେବାକୁ କହି ତାଙ୍କଠାରୁ ଲୁଟି ନେଲେ ମୋଟା ଅଙ୍କର ଅର୍ଥ ।

ପରବର୍ତ୍ତୀ ସମୟରେ ମାନସ ଠକାମି ସମ୍ପର୍କରେ ଜାଣିପାରି ଥାନାରେ ଦ୍ଵାରସ୍ଥ ହେଲେ ପିଡିତାମାନେ । କେବଳ ସେତିକି ନୁହେଁ ଫେସବୁକରେ ବହୁମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ମାନସଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ବଳଙ୍ଗା ଥାନା ପୋଲିସ୍ ମୋବାଇଲ ଟାକିଂ କରି ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କଲା । ଜେରା ପରେ ମାନସ ବହୁ ଅପରାଧରେ ସମ୍ପୃକ୍ତ ଥିବା କଥା ପ୍ରକାଶ କରିଛି ପୋଲିସ ।