ଫେସବୁକରେ ବିବାହର ପ୍ରଲୋଭନ ଦେଖାଇ ଠକେଇ, ମହିଳା ଗିରଫ
ଭୁବନେଶ୍ୱର(ଆଦର୍ଶ ରାଉତ): ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅନେକ ଯୁବକ ମାନଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗରେ ଗତକାଲି ପୋଲିସ ଜଣେ ମହିଳାକୁ ଗିରଫ କରିଛି । ଠକ ମହିଳା ହେଉଛନ୍ତି ନାଛୁନି ଗାଁର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ ମାଧ୍ୟମରେ ସେ ଜଣେ ଡାକ୍ତର ଇନ୍ଜିନିୟର ପରିଚୟ ଦେବା ସହ ବିବାହର ପ୍ରଲୋଭନ ଦେଇ ଯୁବକଙ୍କୁ ଠକିଥିବା ଜଣାପଡିଛି ।
ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଜଣେ ଯୁବକ ଅଭିଯୋଗ କରିଥିଲେ । ବହୁ ଯୁବକଙ୍କୁ ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖୋଳତାଡ଼ ଆରମ୍ଭ କରିଥିଲା ସହିଦନଗର ପୋଲିସ। ଏହି ଯୁବତୀଙ୍କ ନିକଟରୁ ନଗଦ ୧ଲକ୍ଷ ୩୩ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ ଓ ବ୍ୟାଙ୍କ ପାସ୍ବୁକ୍ ଜବତ ହୋଇଛି। ସେ କେତେ ଜଣଙ୍କୁ ଠକିଛନ୍ତି ପୋଲିସ ଏହାର ଖୋଳତାଡ଼ ଜାରି ରଖିଛି।