ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର(ଚିନ୍ମୟୀ ସ୍ୱାୟୀ):-ପୁଣି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ଜଣାପଡିଛି । ଆହୁରୀ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କାର‌୍ୟ୍ୟକାଳ । ବୃଦ୍ଧି ପାଇଁ ହୋଇଥିବା ସୁପାରିଶକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ୨୮ ଫେବୃଆରୀ ୨୦୨୩ ପର‌୍ୟ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ କାର‌୍ୟ୍ୟଭାର ସମ୍ଭାଳିବେ ସୁରେଶ ମହାପାତ୍ର ।

ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ କରିଛନ୍ତି । ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

୨୦୨୦ ଡିସେମ୍ବରରୁ ସେ ମୁଖ୍ୟ ଶାସନ ସଚିବ ଅଛନ୍ତି ସେ । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର । ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢିଥିଲା ।