ବଢିଲା ଯୁକ୍ତ ଦୁଇ ନାମ ଲେଖା ଅବଧି

ଭୁବନେଶ୍ୱର ;-ରାଜ୍ୟରେ ଗତ ୪ ଦିନ ଧରି ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟା ଯୋଗୁଁ ବିଭିନ୍ନ ଜିଲ୍ଲାର ଲୋକେ ଜଳମଗ୍ନ ଅବସ୍ଥାରେ ଅଛନ୍ତି । ଖାଇବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ସେପଟେ ଅଧିକ ବନ୍ୟାରେ କ୍ଷତି ହେବାକୁ ଥିବା ଜିଲ୍ଲା ଗୁଡିକରେ ସ୍କୁଲ ,କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲା । ସେହିପରି ଏଏସଓ ପରୀକ୍ଷା ମଧ୍ୟ ଘୁଞ୍ଚା ଯାଇଥିଲା । ଯେଉଁ ପରୀକ୍ଷାକୁ ୨୭ ରେ କରାଯିବ । ସେପଟେ ବନ୍ୟା ସ୍ଥିତିକୁ ଦେଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଯାଇଛି ।

ଅଗଷ୍ଟ ୩୦ ତାରିଖକୁ ନାମଲେଖା ଅବଧି ବୃଦ୍ଧି କରାଯାଇଛି । ତାରିଖ ବୃଦ୍ଧି ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର‌୍ୟ୍ୟାୟ ନାମଲେଖା ଧାର‌୍ୟ୍ୟ ହୋଇଥିଲା ।ଦ୍ବିତୀୟ ପର‌୍ୟ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦କୁ ବୃଦ୍ଧି କରାଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଛି । ଯଥା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଜି ଦିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।