ଭାରତରେ କେବେ ଆସିବ କରୋନାର ଚତୁର୍ଥ ଲହର ? ଜାଣନ୍ତୁ ଏକ୍ସପର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା …

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନାଭାଇରସ୍ ଏବଂ ଏହାର ବିଭିନ୍ନ ପ୍ରକାର ଭାରିଆଣ୍ଟ ଭାରତରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି | ଗୋଟେ ପଟେ ଭାରତରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟ ମଧ୍ୟରେ ଚୀନ୍, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ଦେଶମାନଙ୍କରେ ପୁଣି ଥରେ କୋଭିଡ୍ -19 ମାମଲା ପୁଣି ବୃଦ୍ଧି ପାଇବାରେ ଲାଗିଛି | ଓମିକ୍ରନ୍ ର ସବ୍-ଭାରିଆଣ୍ଟ BA2 ହେତୁ କରୋନାର ଏହି ମାମଲା ବୃଦ୍ଧି ପାଇଛି, ଯାହା କରୋନାର ଚତୁର୍ଥ ଲହରର ସମ୍ଭାବନାକୁ ବଢାଇ ଦେଇଛି | ତେବେ ଚତୁର୍ଥ ଲହରକୁ ନେଇ ଭାରତୀୟ ବିଶେଷଜ୍ଞମାନେ ଚିନ୍ତିତ ନୁହଁନ୍ତି। ଆପଣ ଏହାର କାରଣ ଜାଣିବା ନିହାତି ଜରୁରୀ |

ବିଶେଷଜ୍ଞ ମାନେ କହିଛନ୍ତି ଯେ, ଡିସେମ୍ବର ୨୦୨୧ ରୁ ଫେବୃଆରୀ ୨୦୨୨ ମଧ୍ୟରେ ଆସିଥିବା ତୃତୀୟ ଲହରରେ ଭାରତର ଅଧିକାଂଶ ଲୋକଙ୍କ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ ହୋଇଛି। ଭାରତର ଅନେକ ରାଜ୍ୟରେ ଟୀକାକରଣ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ତେଣୁ ଅଧିକ ଚିନ୍ତା କରିବାର କିଛି ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି | ତଥାପି, ଆମକୁ ବେପରୁଆ ହେବାକୁ ପଡିବ ନାହିଁ କାରଣ ଚତୁର୍ଥ ଲହର ପ୍ରଭାବ ଅନେକ ଦେଶରେ ଦେଖିବାକୁ ମିଳୁଛି ଯାହାକି ଭାରତ ପାଇଁ ଚିନ୍ତାର ବିଷୟ ପାଲଟି ପାରେ |

ତେବେ ଏପର୍ଯ୍ୟନ୍ତ କରୋନାର ୫୦ ରୁ ଅଧିକ ଭାରିଆଣ୍ଟ ଦେଖିବାକୁ ମିଳିଛି | ନଭେମ୍ବର ୨୦୨୧ ରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ର ପ୍ରଥମ ମାମଲା ରିପୋର୍ଟ ହେବାପରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଥିଲା | ଶୀଘ୍ର ଏହା ସ୍ପଷ୍ଟ ହେଲା ଯେ କରୋନାର ଏହି ନୂତନ ଭାରିଆଣ୍ଟ ଅଧିକ ଦ୍ରୁତ ଗତିରେ ବ୍ୟାପିଛି | ମୁମ୍ବାଇ ଓମିକ୍ରନର ହଟସ୍ପଟରେ ପରିଣତ ହୋଇଥିଲା | ତେବେ କୋଭିଡ ନିୟନ୍ତ୍ରଣ ପରେ ବର୍ତ୍ତମାନ, ଭାରତରେ ଚତୁର୍ଥ ଲହରର ବିପଦ ନାହିଁ | ତଥାପି, ଆମେ ବର୍ତ୍ତମାନ ମାସ୍କ ପିନ୍ଧିବା ବନ୍ଦ କରିବା ଉଚିତ୍ ନୁହେଁ | କୋଭିଡ ନିୟମ ମାନିବାକୁ ଜାରି ରଖିବାକୁ ପଡିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି