ଏକ୍ସଜେନ କଲେଜ ଅଫ ଭିଜୁଆଲ ଆର୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର କଳାକୃତି ପ୍ରଦାନ

ଭୁବନେଶ୍ୱର : ବ୍ରହ୍ମପୁର ସ୍ଥିତ ଏକ୍ସଜେନ କଲେଜ ଅଫ ଭିଜୁଆଲ ଆର୍ଟ ତରଫରୁ କଲେଜର ଅଧ୍ୟାପକ ଉମାଶଙ୍କର ଦ୍ୱାରା ପ୍ରସ୍ତୁତ ଏକ ସୁନ୍ଦର ଚିତ୍ର କଳାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସ ଭବନ ଠାରେ ପ୍ରଦାନ କରିଛନ୍ତି । ଏକ୍ସଜେନ କଲେଜ ଅଫ ଭିଜୁଆଲ ଆର୍ଟ ସୋସାଇଟିର ସଭାପତି ଦୀପକ କୁମାର, ସମ୍ପାଦକ ନିହାର ଚୌଧୁରୀ ଏବଂ ଅଧ୍ୟକ୍ଷ ଉଜ୍ଜ୍ୱଳ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି କଲେଜ ଦ୍ୱାରା ପ୍ରଦର୍ଶୀତ ଉକ୍ତ କଳାକୃତିକୁ ପ୍ରଦାନ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ମଧ୍ୟ ସେହି ଚିତ୍ରଟିକୁ ସାଦରେ ଗ୍ରହଣ କରିଥିଲେ ।