ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସଡି ପଦରୁ ବଦଳାଇ ରେଲୱେ ଓ ତଟସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ରେଲୱେ ଓ ତଟସୁରକ୍ଷା ବଳ ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ୟ୍ୟଙ୍କୁ ଓ ଙଐଜଉ ଏଡିଜି ଭାବେ ବଦଳି କରାଯାଇଛି। ଙଐଜଉ ଏଡିଜି ଭାବେ କାର୍ୟ୍ୟ କରୁଥିବା ବିଜୟାନନ୍ଦ ଝାଙ୍କୁ ଗୁହା ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।
ଆଇଜି ଟେକନିକାଲ ଶଫିନ ଅହମଦଙ୍କୁ ଅଗ୍ନିଶମ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଏସପି କ୍ରାଇମବ୍ରାଞ୍ଚ ଏଲ. ଦିବ୍ୟଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି। ଅନେଇ ଗୁହାବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।