ଏଏସ୍‌ପି ଓ ଡିଏସ୍‌ପି ସ୍ତରରେ ଅଦଳ ବଦଳ, ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଢେଙ୍କାନାଳ ଏଏସପି ଦାୟିତ୍ଵ

ଭୁବନେଶ୍ଵର: ବରିଷ୍ଠ ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ତଥା ପଦୋନ୍ନତି ହୋଇଥିବା ସୂଚନା ରହିଛି। ବିଦ୍ୟୁତ ପଣ୍ଡାଙ୍କୁ ନୟାଗଡ଼ ଏଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭବାନୀ ଶଙ୍କର ଉଦ୍‌ଗାତା ହେଲେ ଢେଙ୍କାନାଳ ଏଏସପି । କୃଷ୍ଣ ପ୍ରସାଦ ପଟ୍ଟନାୟକ କଟକ ଏଏସ୍‌ପି ହୋଇଥିବା ବେଳେ ଉତ୍ତମ କୁମାର ମହାନ୍ତିଙ୍କୁ ଡିଏସ୍‌ପି ସ୍ପେଶାଲ ବ୍ରାଞ୍ଚ ଦାୟିତ୍ଵ ପ୍ରଦାନ କରାଯାଇଛି । ଅନ୍ୟପଟେ ବିଚିତ୍ରାନନ୍ଦ ସେଠୀ ଡିଏସ୍‌ପି କଳାହାଣ୍ଡି ମୁଖ୍ୟାଳୟ, ଦିଲ୍ଲୀପ କୁମାର ତ୍ରିପାଠୀ ଭୁବନେଶ୍ୱର EOW ଏଏସପି, ବିଳାସିନୀ ନାୟକଙ୍କୁ ଭୁବନେଶ୍ବର ଏସ୍‌ଟିଏଫ୍ ଏଏସପି ଭାବେ ଦାୟିତ୍ଵ ଦିଆଯାଇଛି ।

ସେହିପରି ଅଭିଜିତ୍ ମୁଖାର୍ଜୀ କଟକ ମୁଖ୍ୟାଳୟ ଡିଏସ୍‌ପି, ନିରଞ୍ଜନ ବେହେରା CAW ଓ CW ଡିଏସ୍‌ପି ହୋଇଛନ୍ତି । ରବି ନାରାୟଣ ପାଢୀ ଡିଏସ୍‌ପି CAW ଓ CW, ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୋନପୁର DIB ଡିଏସ୍‌ପି, ଦେବୀପ୍ରସାଦ ପାତ୍ର କଟକ ମୁଖ୍ୟାଳୟ ଡିଏସ୍‌ପି L/R ଓ ବିଚିତ୍ରାନନ୍ଦ ସେଠୀ ଡିଏସ୍ପି କଳାହାଣ୍ଡି ମୁଖ୍ୟାଳୟ ଭାବେ ନିଯୁକ୍ତ ହୋଇଛନ୍ତି ।ସେହିଭଳି ସଂଗ୍ରାମ କେଶରୀ ବିଶ୍ୱାଳ ହେଲେ OHRC ଡିଏସ୍‌ପି ।