ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୦ ତାରିଖଠୁ ଆରମ୍ଭ ହେବ ରାଜ୍ୟରେ ଧାନ କିଣା । ୨୦ ତାରିଖରେ ବରଗଡ ଏବଂ ୨୨ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବେ । ଏହି ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି । ପ୍ରତି ମଣ୍ଡିରେ ଜଣେ ସରକାରୀ ଅଧିକାରୀ ରହିବେ, ପୋଲିସ ପାଟ୍ରୋଲିଂ କରିବ । ଧାନ ମାନ ଯାଞ୍ଚ ବେଳେ ଚାଷୀ, ମିଲର, ସରକାରୀ ଅଧିକାରୀ ରହିବେ । ମେସିନରେ ଧାନ ମାନ ଯାଞ୍ଚ ହେବ । ଥରଟିଏ ଧାନର ମାନ ଯାଞ୍ଚ ହେବ । ଦଲାଲ ମାନେ ଯେପରି ସେଠାରେ ପ୍ରବେଶ ନାକରିବେ ବ୍ୟବସ୍ଥା କରାଯାଇଛି । ଦଲାଲଙ୍କ ଉପରେ ପୋଲିସ ନଜର ରଖିବ । ସୀମାରେ ଜଗିବା ପାଇଁ କ୍ୟାମେରାଯୁକ୍ତ ଗାଡି ବ୍ୟବସ୍ଥା କରାଯାଇଛି । କଟନି ଛଟନି ଯେପରି ନେହେବ ସେଥିପାଇଁ ସରକାରୀ ଅଧିକାରୀ ଧ୍ୟାନ ଦେବେ । ଯେଉଁଠି ଅଧିକ ଧାନ ଆସିବ ସେଠୀ ଅଧିକ ମେସିନ ସରକାର ଯୋଗାଇ ଦେବେ । ଯେଉଁ ଚାଷୀ ଟୋକନ ଲାପସ କରିଯିବ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି ଟୋକନ ଜେନେରେଟ୍ କାରିବା ପାଇଁ ।