ହାତୀପଲ ଘଉଡ଼ାଇବା ପାଇଁ ଉଦ୍ୟମ

ସୋନପୁର: ସୋନପୁର ବନଖଣ୍ଡ ବୀରମହାରାଜପୁର ବନାଞ୍ଚଳର ସୁବଳୟା ବନପାଳ ଅଧିନସ୍ଥ ବିଭିନ୍ନ ଗାଁରେ ୧୭ ଟିକିଆ ହାତୀପଲ ବ୍ୟାପକ କ୍ଷତି କରୁଥିବା ଖବର ମିଳିଛି। ବନବିଭାଗ ତରଫରୁ ସେମାନଙ୍କୁ ଘଉଡାଇବା କାର୍ୟ୍ୟରେ ହାତୀ ସୁରକ୍ଷା ବାହିନି ଚେଷ୍ଟା ଜାରି ରହିଛି। ହାତୀପଲ ମହେବିକଳପୁର,ସେରଗେଡା, ସଂଗ୍ରାମପୁର, ବୁଟୁଖମନ ଆଦି ଅଞ୍ଚଳର ଚାଷି ମାନଙ୍କ ଧାନ ଫସଳ ମାଡି, ଖାଇ ନଷ୍ଟ କରୁଥିବା ଦେଖାଯାଇଛି ।