ଭୁବନେଶ୍ୱର; ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା । ପୁଣି ମନୋଜ ବିବାଦ ଘେରକୁ ଟାଣି ହୋଇଛନ୍ତି । ସୋସିଆଲ ମିଡିଆରେ ନୂଆ ନୂଆ ଫିଲ୍ମ ଆସିଲେ ଅରୁଚିକର ମନ୍ତବ୍ୟ ଦେଉଥିବାରୁ ତାଙ୍କ ନାଁରେ ଏତଲା ଦିଆଯାଇଛି । ମନୋଜ ମିଶ୍ର ସବୁବେଳେ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ସବୁବେଳେ ରୁହନ୍ତି । ଏବେ ପୁଣି ମନ୍ତବ୍ୟ ଦେଇଥିବାରୁ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଡିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ । ସେପଟେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି, ଯେକୌସି ନୂଆ ଫିଲ୍ମ ଆସିଲେ ମନୋଜ ରଖୁଛନ୍ତି ମନ୍ତବ୍ୟ ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି । ସୋସିଆଲ ମିଡିଆରେ ଏଭଳି ଆକ୍ଷେପ ଯୋଗୁଁ କଷ୍ଟ ଲାଗୁଛି ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର ।