(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ) : ପାରାଦ୍ୱୀପ ବନ୍ଦର ଓ ଏହାର ଆଖପାଖରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ସଂସ୍ଥାମାନ ଗଢ଼ିଉଠିଥିବା ବେଳେ ସ୍ଥାନୀୟ କଣ୍ଟ୍ରାକ୍ଟର ମାନେ ଅବହେଳିତ ହେଉଥିବାର ଦେଖିବାକୁ ମିଳୁଛି । ତେଣୁ ସ୍ଥାନୀୟ କଣ୍ଟ୍ରାକ୍ଟର ମାନେ ନିଜ ନିଜର ସ୍ବାର୍ଥ ରକ୍ଷା ନିମନ୍ତେ ସମ୍ମିଳିତ ହୋଇ ଗଢ଼ିଛନ୍ତି ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆଶ୍ସୋସିଏସନ । ପାରାଦ୍ଵୀପ ଗଡ ଗ୍ରାମରେ ଥିବା ପ୍ରଭୁ ଶ୍ରୀ ଲୋକନାଥଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଶପଥ ପାଠ କାର୍ୟ୍ୟକ୍ରମ । ବିଜୟା ଦଶମୀ ଅବସରରେ ପୂଜାର୍ଚ୍ଚନା ସାଙ୍ଗକୁ ସମୂହ ଶପଥ ପାଠର ଆୟୋଜନ କରିଥିଲା ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ । ଆଗରୁ ଅନେକ ସଂଗଠନର ମଙ୍ଗ ଧରି ସାଧାରଣ ଖଟିଖିଆ ଲୋକମାନଙ୍କର ନ୍ୟାର୍ୟ୍ୟ ଦାବିକୁ ସଠିକ ଢଙ୍ଗରେ ସଠିକ୍ ଉପାୟରେ ସଫଳ କରାଇଥିବା ଶ୍ରମିକ ନେତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ଦୃଢ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ଠିକାଦାର ମାନେ ଆଜି ଏକତ୍ରିତ ହେଇ ଠିକାଦାର ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ସମୂହ ଶପଥ ପାଠ କରିଥିଲେ।ପାରାଦ୍ଵୀପ ଭଳି ଏକ ଶିଳ୍ପ ସମୃଦ୍ଧ ସହରରେ ବହୁ ମାତ୍ରାରେ କମ୍ପାନୀ ଅବସ୍ଥିତ ଥିଲେ ମଧ୍ୟ ସେ ସବୁ କମ୍ପାନୀ ମାନଙ୍କରେ ସ୍ଥାନୀୟ ଠିକାଦାର ମାନଙ୍କୁ କାମ କରିବାକୁ ସୁଯୋଗ ନଦେଇ କମ୍ପାନୀ ମାନେ ବାହାର ରାଜ୍ୟର ଠିକାଦାର ମାନଙ୍କୁ କାମ ଦେବା । ଯଦି କୌଣସି କମ୍ପାନୀ ସ୍ଥାନୀୟ ଠିକାଦାର ମାନଙ୍କୁ କାର୍ୟ୍ୟାଦେଶ ଦେଉଛନ୍ତି ତେବେ ସଠିକ୍ ମୂଲ୍ୟ ନିରୂପଣ ନକରିବା ସହିତ କାମ କରିସାରିବା ପରେ କିଛି ନା କିଛି ବାହାନା କରି ଠିକାଦାର ମାନଙ୍କର ପ୍ରାପ୍ୟ ପାଉଣା ନଦେବା ଆଦି ପ୍ରସଙ୍ଗ ପାଇଁ ଏଠାରେ ସ୍ଥାନୀୟ କଣ୍ଟ୍ରାକ୍ଟର ମାନେ ବାହାର ରାଜ୍ୟର ଠିକାଦାର ମାନଙ୍କ ଠାରୁ ଅପେକ୍ଷାକୃତ ଅବହେଳିତ ଅବସ୍ଥାରେ ରହୁଛନ୍ତି ।କମ୍ପାନୀରେ କାମ କରି ସାରି ନିଜର ଉଚିତ୍ ପ୍ରାପ୍ୟ ନପାଇ କ୍ଷତି ସହିବା ଆଦି ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଜି ସାମୁହିକ ଭାବରେ ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ପ୍ରତିଷ୍ଠା କରାଯାଇଛି। ଯେଉଁ ସଂଘ ଆଗାମୀ ଦିନରେ ସ୍ଥାନୀୟ କଣ୍ଟ୍ରାକ୍ଟର ମାନଙ୍କ ସ୍ବାର୍ଥ ରକ୍ଷା କରିବା ସହିତ ବିଭିନ୍ନ କମ୍ପାନୀ ମାନଙ୍କ ଠାରୁ କିଭଳି କଣ୍ଟ୍ରାକ୍ଟର ମାନେ ଉଚିତ ପାଉଣା ପାଇ ପାରିବେ ଏବଂ କମ୍ପାନୀ ମାନଙ୍କ ମନମୁଖୀ କାର୍ୟ୍ୟକୁ ନେଇ ଠକାମୀ କିମ୍ବା କ୍ଷତିରେ ପଡିବେ ନାହିଁ ସେସବୁ ପ୍ରତି ନିଷ୍ଠାର ସହିତ କାର୍ୟ୍ୟ କରିବାକୁ ସଂଘର ନିର୍ବାଚିତ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି।