ରାୟଗଡାରେ ପରିବେଶବିତ୍ ମେଧା ପାଟେକର ଅଟକ…

ଆଜି ବିଶ୍ୱ ପରିବେଶ ଦିବସରେ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଲା ପୋଲିସ । ସୂଚନା ଅନୁସାରେ ଆଜି କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତେ ମେଧା। ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ୟ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରିଥିଲା ପୋଲିସ ।

ବିଶ୍ୱ ପରିବେଶ ଦିବସ ଅବସରରେ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଥିଲା।


ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମ୍ବନୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣା ସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ଓ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମାଜିଷ୍ଟ୍ରେଟ ଭାବେ ଅଛନ୍ତି ।