ପୁରୀ : ଅସନ୍ତା କାଲି ପୁଣି ଖୋଲିବ ରତ୍ନଭଣ୍ଡାର । ତେଣୁ ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ଲାଗିବ କଟକଣା । ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ହେବା ନେଇ ଏମିତି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା କାଲି ସକାଳ ୮ଟାରୁ ସିଂହଦ୍ବାରକୁ ଛାଡି ଅନ୍ୟ ୩ ଦ୍ବାର ବନ୍ଦ କରାଯିବା ସହ ଶ୍ରୀଜିଉଙ୍କ ଦର୍ଶନ ଉପରେ କଟକଣା ରହିବ । ସିଂହଦ୍ବାର ଦେଇ କେବଳ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ହିଁ ଯାଇପାରିବେ । ଏହି ସମୟ ମଧ୍ୟରେ ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ଏହା ପରେ ଏଏସଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ । କେତେଦିନ ଭିତରେ ରତ୍ନଭଣ୍ଡାର ମରାମତି ସରିବ ସେନେଇ ଆଲୋଚନା ହେବ ।