ଉଦଘାଟନୀ ମ୍ୟାଚ: ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ

(ଅନୁସ୍ୱୟା)ଭୁବନେଶ୍ୱର: ଆଜି କ୍ରିକେଟର ମହାକୁମ୍ଭ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଓଭାଲ ଗ୍ରାଉଣ୍ଡରେ ସାମ୍ନାସାମ୍ନି ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ । ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଟାର୍ଗେଟ୍ ଦେଇଛି ଇଂଲଣ୍ଡ । ଏହି ମ୍ୟାଚ୍ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଏହା ପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ତେବେ ପ୍ରଥମ ବଲରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ ଯିବା ଦଳକୁ ଦୋହଲାଇ ଦେଇଥିଲା । ଜନି ବେୟାଷ୍ଟୋଙ୍କୁ ଖାତାଖୋଲିବା ପୂର୍ବରୁ ପାଭିଲିୟନକୁ ପଠାଇ ଦେଇଥିଲେ ଇମରାନ ତାହିର । କିନ୍ତୁ ଇଂଲଣ୍ଡର ରୁଟ୍ ଓ ରୟ ପାଳିକୁ ସମ୍ଭାଳିବା ସହିତ ୧୦୬ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ । ଜେସନ ରୟ ୫୩ ବଲରୁ ଦମଦାର ୫୪ ରନ କରି ଆଉଟ୍ ହୋଇଥିବା ବେଳେ ରୁଟ୍ ୫୯ ବଲରୁ ୫୧ ରନ କରି ଆଉଟ ହୋଇଥିଲେ ।
ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୧୧ ରନ୍ କରିଛି ଇଂଲଣ୍ଡ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଏବଂ କାଗିସୋ ଦୁଇଟି ଓ୍ଵିକେଟ ନେଇଥିବା ବେଳେ ଲୁଙ୍ଗି ଏଙ୍ଗିଡି ନେଇଛନ୍ତି ତିନି ଓ୍ଵିକେଟ।