ପୁଣେ: ବିଶ୍ୱକପ୍ ୨୦୨୩ । ଚଳିତ ବିଶ୍ୱକପ୍ରେ ବୁଧବାର ଦିନ ଖେଳାଯିବ ୪୦ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନେଦରଲାଣ୍ଡସ୍ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୭ଟା ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟି ମ୍ୟାଚ୍ରେ ପରାଜୟ ହୋଇସାରିଥିବା ବେଳେ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଛି । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୧୦ମ ସ୍ଥାନରେ ରହିଛି । ଇଂଲଣ୍ଡ ଟିମ୍ ବିଶ୍ୱକପ୍ ସେମି ରେସ୍ରୁ ଆଉଟ୍ ହୋଇସାରିଛି । ଟିମ୍ରେ ଦମ୍ଦାର ଖେଳାଳି ଥିଲେ ସୁଦ୍ଧା ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିପାରିଲାନି ଟିମ୍ । ଯାହାଫଳରେ ଟିମ୍କୁ ଏପରି ଦୁର୍ଦ୍ଦଶା ଭୋଗିଛି ।
ସେହିପରି ନେଦରଲାଣ୍ଡସ୍ ମଧ୍ୟ ୭ଟି ମୁକାବିଲା ଖେଳିସାରିଛି । ମୋଟ ୨ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୫ଟି ମୁକାବିଲାରେ ପରାଜୟର ସାମ୍ନା କରିଛି । ମୋଟ ୪ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୯ମ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟ ଭଲ ପ୍ରଦର୍ଶନ ସହ ସାରିବାକୁ ଲକ୍ଷ୍ୟ ରହିଛି ।
ପୁଣେ ପିଚ୍ ବ୍ୟାଟିଂ ପାଇଁ ଅନୁକୁଳ ରହିଛି । ଫଳରେ ଟସ୍ ଜିତି ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ୨ୟ ଭାଗରେ ବ୍ୟାଟିଂ ସହଜ ହେବ ।