ନିଯୁକ୍ତି ଦାବୀରେ ଏନଟିପିସି ଏସଏପି ଜମିହରାଙ୍କ ଆମରଣ ଅନଶନ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଜମିହରା ଏସଏପି ପରିବାର ଏନଟିପିସିରେ ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନରେ ବସିଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ପଞ୍ଚାୟତ ଅଧିନସ୍ଥ ଆମ୍ବପାଳ ଗାଁ ଏନଟିପିସି ରେଲୱେ ଲେବୁଲ କ୍ରସିଂ ପାଖରେ ଅନଶନରେ ଜମିହରା ପରିବାର । ଏନଟିପିସି ଜମିହରା ଜଣକ ହେଲେ ବିଜିଗୋଳ ଗ୍ରାମର କମଳିନୀ ସେଠି(୩୫) । ବାରମ୍ବାର ଏନଟିପିସି ମାନବସମ୍ବଳ କର୍ତୃପକ୍ଷଙ୍କ ପ୍ରତାରଣା ଓ ଏନଟିପିସି ଭୂ-ଅର୍ଜନ ବିଭାଗର ନିର୍ଦେଶକୁ କାର୍ୟ୍ୟକାରୀ ନକରିବା ତଥା ଶିଳ୍ପ ସଂସ୍ଥାର ବେଖାତିରକୁ ନେଇ ବାଧ୍ୟହୋଇ ଏହି ପନ୍ଥା ଆପଣେଇଛନ୍ତି ।
ଜମିହରାଇ ଥିବା ଶିଳ୍ପ ସଂସ୍ଥାରେ ମେଣ୍ଟେନାନ୍ସରେ ଶ୍ରମିକ ଭାବରେ କମଳିନୀଙ୍କୁ ନିଯୁକ୍ତି ଦେବା ପାଇଁ ସନ ୨୦୧୮ ଏନଟିପିସି ଭୂ-ଅର୍ଜନ ଅଧିକାରୀ (ପତ୍ର ସଂଖ୍ୟା -୨୪୫ /୩୧. ୩. ୨୦୧୮)ରେ ପ୍ରାକ୍ତନ ଏନଟିପିସି ସମୂହ ମହାପ୍ରବନ୍ଧକଙ୍କୁ ନିର୍ଦେଶ ଦେଇଥିଲେ ।ଏହାପରେ କମଳିନୀ ଏନଟିପିସି କର୍ତୃପକ୍ଷ, ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧିଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ୍ୟ କେହି ଶୁଣିନଥିଲେ ।
ଏପରିକି ଗତ ୧୪ ଡିସେମ୍ବରରେ ନିଯୁକ୍ତି ଦାବୀକରି ଏନଟିପିସି ଆମ୍ବପାଳ ଲେବୁଲ କ୍ରସିଂରେ ଧାରଣା ଦେଇଥିଲେ ଏବଂ ସେହିଦିନ ବିଳମ୍ବିତ ରାତିରେ ଏନଟିପିସି ଏମଜିଆର ଅଧିକାରୀ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଧାରଣାରୁ ଓହୋରି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକାରୀ ଦେଇଥିବା ପ୍ରତିଶ୍ରୁତି ପାଳନରେ ପଛ ଘୁଂଚା ଦେଇ ଠକିଥିଲେ ବୋଲି କୁହନ୍ତି କମଳିନୀ ।
ପ୍ରକାଶ ଥାଉକି, ୧୩ ବର୍ଷ ପୂର୍ଵରୁ କମଳିନୀଙ୍କ ମା ଆରପାରିକୁ ଚାଲିଯାଇଥିବା ବେଳେ ବାପା ଭାଷ୍କର ସେଠି ଦୁଇ ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି । କମଳିନୀର ଆଉ କେହି ସହଭରସା ନାହିଁ । ଅବିବାହିତା କମଳିନୀ ମୁଲମଜୁରୀ ଲାଗି ନିଜ ଗୁଜୁରାଣ ମେଣ୍ଟାନ୍ତି ।