ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗର ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଂ ଏକାଡେମୀ ଓ ଏସଆଇଏସ ଇଣ୍ଡିଆ ଲିଃ କଟକ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ବ୍ଳକର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର ଆୟୋଜନ କରାଯାଇଛି । ସୁରକ୍ଷା କର୍ମୀ, ଓ ସୁରକ୍ଷା ଅଧିକାରୀ ପଦବୀରେ ନିଯୁକ୍ତି ଲାଗି ସମସ୍ତ ବ୍ଳକ କାର୍ଯ୍ୟାଳୟ ଠାରେ ଚୟନ ଓ ପଂଜିକରଣ ଶିବିର ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କର ବୟସ ୨୧ ରୁ ୩୭ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ ପାଶ୍ , ଉଚ୍ଚତା ୧୬୮ ସେମି ଓ ଓଜନ ୫୬ ରୁ ୮୦ କିଲୋ ଏବଂ ଶାରିରୀକ ଭାବରେ ସୁସ୍ଥ ହୋଇଥିବା ଆବଶ୍ୟକ ରହିଛି।ଚୟନ ପ୍ରାର୍ଥିମାନଙ୍କୁ କଟକ ଚୌଦ୍ୱାରରେ ଏସଆଇଅଏସ ଲିଃ ତରଫରୁ ଏକମାସ ପାଇଁ ଶାରିରୀକ ଦକ୍ଷତା, ଅଗ୍ନିଶମ ସେବା ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥିଙ୍କୁ ରାଜ୍ୟ ତଥା ଦେଶର ବଡବଡ ଜଣାଶୁଣା ସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି ଏସଆଇଏସ ଇଣ୍ଡିଆ ଲିଃ ତରଫରୁ ଅଧିକାରୀଵୃନ୍ଦ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଏହି ସଂସ୍ଥା ତରଫରୁ ଜିଲ୍ଲାର ସମସ୍ତ ବ୍ଲକରେ ନିଯୁକ୍ତି ଶିବିର ଆୟୋଜନ କରାହୋଇ ଆସୁଛି ।ଏହି ନିଯୁକ୍ତି ଶିବିରରେ ବେକାର ଯୁଵକମାନେ ଯୋଗ ଦେଇ ନିଜେ ସ୍ବାବଲମ୍ବୀ ହେବାସହ ଉତ୍କଟ ବେକାର ସମସ୍ୟା ଓ ଦାରିଦ୍ର୍ୟରୁ ମୁକୁଳି ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହେବା ପାଇଁ ନିବେଦନ କରାଯାଇଛି ।