ଭୁବନେଶ୍ୱର; (ରିପୋର୍ଟର୍ସ ଟୁଡେ);- ବଦଳି ପାଇଁ ଚାପ ପକାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବଦଳି, ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କୁ ଲାଗିଛି ବଡ ଝଟକା । ବଦଳି ,ପୋଷ୍ଟିଂ ପାଇଁ ଯେକୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। କିଛି କର୍ମଚାରୀ ବଦଳି ପାଇଁ ଚାପ ପକାଉଥିବା ନଜର ଆସିଛି। ଯାହା ଚାକିରି ସର୍ତ୍ତାବଳୀ ନିୟମକୁ ଉଲ୍ଲଂଘନ କରୁଛି। କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ଏହା ସରକାରୀ ଚାକିରିର ସର୍ଭିସ କଣ୍ଡକ୍ଟ ରୁଲ ଉଲ୍ଲଘଂନ କରୁଛି । ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟି କରାଯାଇଥାଏ । ମେରିଟକୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ପୋଷ୍ଟି କରାଯାଇଥାଏ । ବଦଳି ବା ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।