ନୂଆପଡ଼ା ଉପନିର୍ବାଚନ, ବିଜେପିର ବାଜିମାତ୍ ପରେ ବଢିଲା ବିରୋଧି ଦଳର ଗୋଷ୍ଠୀ କନ୍ଦଳ

Nuapada ByPoll: ନୂଆପଡ଼ା ଉପନିର୍ବାଚନରେ BJP ପ୍ରାର୍ଥୀ ‘ଜୟ ଢୋଲକିଆ’ଙ୍କ ବିଜୟ ପ୍ରାୟ ନିଶ୍ଚିତ। ସେ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁତ ଭୋଟ୍ ଆଗରେ ରହିଛନ୍ତି। ଏହି ଖବର ପାଇବା ପରେ ନିଜ ପରିବାର ସହ ଖୁସି ବାଣ୍ଟିଛନ୍ତି ଜୟ ଢୋଲକିଆ। ସେପଟେ କିନ୍ତୁ ମାଟି କାମୁଡି ପଡିଛି ବିଜେଡି । ୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ୍‌ରେ ଆଗୁଆ ଥବା ବେଳେ ଢୋଲକିଆଙ୍କୁ ମିଳିଛି ୮୮,୨୭୮ ଭୋଟ୍ । ସେହିପରି ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୮,୩୬୬ ଭୋଟ୍ ମିଳିଥିବା ବେଳେ ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ମିଳିଛି ୨୭,୪୩୮ ଭୋଟ୍ । 

ସେପଟେ ବିଜେପି ପ୍ରାର୍ଥୀଙ୍କ ବିଜୟ ଆଶଙ୍କା ପରେ ବିରୋଧି ଦଳର ଚିନ୍ତା ବଢି଼ଛି । ଦଳ ଭିତରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି ନେତା ଏବଂ ନେତ୍ରୀ । ଆଉ ଏହାରି ଭିତରେ ତେର୍ଚ୍ଛା ବାଣ ମାରିଛନ୍ତି ଏଲିନା ଦାସ । ନାଁ ନନେଇ ନିଜ ଦଳର ନେତାଙ୍କୁ କରିଛନ୍ତି ଟାର୍ଗେଟ । ଏହି ବୟସରେ ଜନନାୟକ ତଥା ଅଭୁଲା ବ୍ୟକ୍ତିଙ୍କୁ ପ୍ରଚାର ପଡ଼ିଆକୁ ଓହ୍ଲାଇ ଲୋକହସା କଲ । ଶାରିରୀକ ଚାପ ଦେଇ କି ଲାଭ ପାଇଲ, ମହାପ୍ରଭୁ ସମସ୍ତଙ୍କୁ ସତ୍‌ବୃଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଏଲିନା ।

ବାସ୍ତବରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏଲିନା ଲେଖିଛନ୍ତି, ଏହି ଉତ୍ସାହ, କୋଳାକୋଳି ଥିଲା କଣ ପାଇଁ । ଜିତେଇବା ପାଇଁ ନା ହରେଇବା ପାଇଁ । ଜାଣି ଥିଲ ନା ଜାଣି ଅଜଣା ହେଉଥିଲା । ନିଜ ରାଜନୈତିକ ଅସ୍ତିତ୍ଵକୁ ବଞ୍ଚେଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ଵଙ୍କୁ ପ୍ରଚାର ପଡି଼ଆକୁ ଓହ୍ଲାଇ ଲୋକହସା କଲ । ଏହି ବୟସରେ ବ୍ୟକ୍ତିତ୍ଵଙ୍କୁ ମାନସିକ ଏବଂ ଶାରିରୀକ ଚାପ ଦେଇ କି ଲାଭ ପାଇଲ ବୋଲି କହିଛନ୍ତି ଏଲିନା ଦାସ ।