ଭୁବନେଶ୍ୱର: ଗତ ତିନି ବର୍ଷ ରେ ହାତୀ ନେଇଛି ୬୬୮ ଜୀବନ। ଆହତ ହୋଇଛନ୍ତି ୫୦୯ ଜଣ ଲୋକ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ ଙ୍କ ପ୍ରଶ୍ନ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଉତ୍ତର। ରାଜ୍ୟରେ ବଢିଛି ହାତୀ ଉପଦ୍ରବ। ହାତୀ ମାନେ ତିନି ବର୍ଷ ରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ଭାଙ୍ଗିଛନ୍ତି ୧୦ ହଜାର ୨୫୯ ଘର।