ବୈରୀ ରେଞ୍ଜ ଅଞ୍ଚଳରେ ଦିନରେ ହାତୀ ଆତଙ୍କ

ଶାଳପଡା : କାଇମାଟିଆର ପ୍ରତ୍ୟେକ ଗ୍ରାମରେ ଦିନ ଦ୍ୱିପହରେ  ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଫଳରେ ସାଧାରଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ସାମିଆ ପଞ୍ଚାୟତର ରାଇଝର ଆଦିବାସୀ ସ୍କୁଲ ହଷ୍ଟେଲ ଅଞ୍ଚଳ ଓ ଵୈରି ଶିଶୁ ବିଦ୍ୟାମନ୍ଦିର ସ୍କୁଲର ବସ  ହାତୀକୁ ଦେଖି ଭୟରେ ରାସ୍ତାରୁ ବସ ତଳକୁ ଗଡ଼ାଇ ଦେଇଥିଲା । ସମିଆ , ସାଳପଡ଼ା, ପାରିଆ ପଞ୍ଚାୟତ ଅଞ୍ଚଳରେ ଦିନରେ ବଣୁଆ ହାତୀ ଆତଙ୍କ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖାଲି ଦିନରେ ନୁହେଁ ରାତିରେ ଗା ଦାଣ୍ଡରେ ଓ ସଞ୍ଜ ପହରେ ହାତୀ ଆତଙ୍କ କରୁଥିବାର ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି।

ଲୋକ ଭାବୁଛନ୍ତି  ଖାଦ୍ୟ ଅଭାବ ଯୋଗୁଁ  ଗାଁ ମୁହାଁ ହେଉଛନ୍ତି ବଣୁଆ ହାତୀ। ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ରାଜ୍ୟସରକାର ଖର୍ଚ୍ଚ କରୁଥିବା ବେଳେ ହାତୀ ଅସୁରକ୍ଷିତ କଣ ପାଇଁ। କଣ କରୁଛନ୍ତି ବନ ବିଭାଗ ର କର୍ମ ଚାରୀ । ହାତୀ ଘୋଡାଇବାକୁ ଆସୁନାହାନ୍ତି ବନଖଣ୍ଡ ବିଭାଗ କର୍ମଚାରୀ। ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି ବୈରୀ ବନବିଭାଗ କର୍ମଚାରୀ । ସାମ୍ବାଦିକଙ୍କ ଠାରୁ  ଦୂରେଇ ରହୁଛନ୍ତି ବନଖଣ୍ଡ ଅଧିକାରୀ ଓ ଫରେଷ୍ଟର ।କୌଣସି ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବନ ବିଭାଗର ଉଚ୍ଚ କତୃପକ୍ଷ । ତାହା ଏକ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।