ପୁଣି ବିଦ୍ୟୁତ ଆଘାତରେ ଚାଲିଗଲା ଆଉ ଏକ ହାତୀର ଜୀବନ

ଚାଲିଗଲା ଆଉ ଏକ ହାତୀର ଜୀବନ। ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତା ହାତୀର ମୃତ ହୋଇଥିବା ସୂଚନା ମିଳିଛି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଁତାମିଲା ଗାଁ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

(ହିନ୍ଦୋଳ) : ଚାଲିଗଲା ଆଉ ଏକ ହାତୀର ଜୀବନ। ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତା ହାତୀର ମୃତ ହୋଇଥିବା ସୂଚନା ମିଳିଛି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଁତାମିଲା ଗାଁ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଆଜି ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଁତାମିଲା ଗାଁ ନିକଟ ଧୁବା ତୁଠ ନିକଟ ନାଳ ପାଖରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାରୀ ଶିକାର ଉଦ୍ଧେଶ୍ୟରେ ବିଦ୍ୟୁତ ତାର ବିଛାଇ ଥାଆନ୍ତି । ଗତ କାଲି ମଧ୍ୟ ଶିକାରୀ ୧୧କେଭି ବିଦ୍ୟୁତ ତାର ବିଛାଇ ଥିଲେ । ଗତ କାଲି ମଧ୍ୟ ରାତି ରେ ଗୋଟିଏ ଦନ୍ତା ହାତୀ ( ୮ରୁ ୧୦ବର୍ଷ ହେବ) ପାଣି ପିଇ ବା ପାଇଁ ସେହି ନାଳକୁ ଆସିଥିଲା । ସେହି ସମୟରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।