ବୃଦ୍ଧି ପାଉଛି ହାତୀ ଉପଦ୍ରଵ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି ।
(ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି । ଦୁଇଟି ଦନ୍ତା ମା’ ଉଗ୍ରତାରା ମନ୍ଦିର ନିକଟସ୍ଥ ରାସ୍ତାରେ ପଇଁତରା ମାରୁଛନ୍ତି । ତେବେ ହାତୀ ଘଉଡ଼ାଇବା ପାଇଁ ଟାଙ୍ଗୀ ବନ ବିଭାଗ ଉଦ୍ୟମ ଜାରି ରଖିଛି କିନ୍ତୁ ଏଥିରେ ସଫ
ଳ ହୋଇନି । ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି ।
ସୂଚନାନୁଯାୟୀ , ତଥାପି ଗଜରାଜଙ୍କ ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷା ପାଇଁ ବିଭିନ୍ନ ପନ୍ଥା ଆପଣେଇଛି । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ଦନ୍ତା ଦ୍ୱୟର ଗତିପଥ ଉପରେ ନଜର ରଖିଛନ୍ତି । ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି ।