ପୁଣି ୨୫ ଟିକିଆ ହାତୀପଲଙ୍କ ଉପଦ୍ରଵ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ପଶିଲେ ୨୫ ଟିକିଆ ହାତୀପଲ। ଚମ୍ପୁଆ ରେଞ୍ଜରେ ପଶି ଉପଦ୍ରବ କରିଛନ୍ତି ହାତୀପଲ।

(କେଉଁଝର) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ପଶିଲେ ୨୫ ଟିକିଆ ହାତୀପଲ। ଚମ୍ପୁଆ ରେଞ୍ଜରେ ପଶି ଉପଦ୍ରବ କରିଛନ୍ତି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ପଟୁ ଆସି ଆଦିପୁର ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜରେ ପଶି ଉପଦ୍ରବ କରିଛନ୍ତି ହାତୀପଲ।

ସୂଚନାନୁଯାୟୀ, ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଜ୍ୟୋତିପୁର, ଝାଲିଆବେଡା ନନ୍ଦପୁର, ବର୍ଦ୍ଧନା ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ମାଳିପଶି ଗ୍ରାମର ଏକ କ୍ଲବ ଘର ଭାଙ୍ଗିବା ସହ ଝାଲିଆବେଡା ଗ୍ରାମରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି ହାତୀପଲ।
ତେବେ ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି।