ହାତୀର ମୃତଦେହ ଉଦ୍ଧାର, ଦାନ୍ତ କାଟି ଶିକାରୀ ଫେରାର

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟ ।

(ବୌଦ୍ଧ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟ । ଆଜି ବୌଦ୍ଧ ବଘିଆପଡ଼ା ସେକ୍ସନ ଭୁର୍କିପଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ମିଳିଛି। ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ।

ହାତୀର ଦେହ ସାରା ପୋକ ହୋଇଯାଇଛି। ଶବଟି ପଚିଯାଇଛି। ମୃତ ହାତୀ ଦେହରେ ଏକାଧିକ ଗୁଳି ବାଜିବାର କ୍ଷତ ଚିହ୍ନ ରହିଛି। ତେଣୁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ କାଟି ନେଇଥିବା ସ୍ପଷ୍ଟ ହୋଇଛି। ବନବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଛି।

ସୂଚନାନୁଯାୟୀ , ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି। ତେବେ ଘଟଣାକୁ ୧୦/୧୨ ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ ସୂଚନା ନ ପାଇବା ଜନସାଧାରଣ ନା ପସନ୍ଦ କରିଛନ୍ତି ।