ସୋଲାର କରେଣ୍ଟରେ ହାତୀର ମୃତ୍ୟୁ

ହିନ୍ଦୋଳ/ଗୌତମ ମୁଦୁଲି : ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅନ୍ତର୍ଗତ ଆମ୍ବଲୁଣ୍ତି ଗ୍ରାମ ଚାଷଜମି ନିକଟରେ ଆଜି ଏକ ଦନ୍ତାହାତୀ ଛୁଆର ମୃତ୍ୟୁ ହୋଇଛି। ତେବେ ହାତୀ ଛୁଆର ବୟସ ପାଖାପାଖି ୫ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସୋଲାର କରେଣ୍ଟ ଦ୍ଵାରା ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ବନବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହିନ୍ଦୋଳ ବନାଞ୍ଚଳରେ ବାରମ୍ୱାର ହାତୀ ମଣିଷ ଲଢେଇ ହେଉଥିଲେ ମଧ୍ୟ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି। ବାରମ୍ୱାର ଏଭଳି ଅଘଟଣ ହେଉଥିଲେ ମଧ୍ୟ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ ନକରି ହାତୀ ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ କରି ପୋତି ଦେଉଥିବା ବେଳେ ମଣିଷର ମୃତ୍ୟୁ ଘଟିଲେ ଅନୁକମ୍ପା ରାଶି ପ୍ରଦାନ କରି ଚୁପ୍ ବସିଯାଉଛି। କିନ୍ତୁ କିଭଳି ଭାବରେ ହାତୀ ଏବଂ ମଣିଷର ମୃତ୍ୟୁକୁ କିଭଳି ରୋକାଯାଇ ପାରିବ ସେଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ଓ ହିନ୍ଦୋଳ ବନାଞ୍ଚଳ ଅଧିକାରୀ। କେବଳ ଏଥିରେ ପେଶି ହେଇଛନ୍ତି ସାଧାରଣ ଜନତା ଏବଂ ତଳିଆ କର୍ମଚାରୀ।