(ସୁରେଶ କୁମାର ସାମନ୍ତରାୟ)ବୋଲଗଡ଼: ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥିତ୍ୱ ପାଇଁ ସ୍ଥାନୀୟ ଅଂଚଳରୁ ପ୍ରାର୍ଥିତ୍ୱ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଠିଆ କରାଯିବାକୁ ଦାବୀ ଯୋର ଧରୁଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଏହି ଦାବୀ ସେତେ ଯୋର ଧରିବାରେ ଲାଗିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ଅଣଆଂଚଳିକ ଲୋକଙ୍କୁ ପ୍ରାର୍ଥିତ୍ୱ କରାଗଲେ । ସେମାନଙ୍କୁ ଯୋରଦାର ବିରୋଧ କରାଯିବ ବୋଲି ବେଗୁନିଆ- ବୋଲଗଡ ଭୁମି ପୁତ୍ର ସ୍ୱାଭିମାନ ମଂଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୁର୍ବରୁ ନିର୍ବାଚନ ମଣ୍ଡଳୀ ଅଂଚଳରେ ବିଭିନ୍ନ ସ୍ଥାନରେ ସଭା ଏବଂ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ଶୁକ୍ରବାର ବେଗୁନିଆ ଠାରେ ଏକ ସ୍ୱଭିମାନ ସଂଙ୍କଳ୍ପ ସମାବେଶ କରାଯାଇଛି । ଏହି ସମାବେସ ଭୁମିପୁତ୍ର ସ୍ୱାଭିମାନ ମଂଚ ପକ୍ଷରୁ ଆୟୋଜିତ ହୋଇଥିଲା ବେଳେ ସମାବେଶରେ ପ୍ରାୟ ୨ହଜାରରୁ ଉର୍ଦ୍ଦ ଜନସାଧାରଣ ଯୋଗଦେଇ ଆଣ ଆଂଚଳିକ ପ୍ରାର୍ଥିଙ୍କୁ ବିରୋଧ କରାଯିବ ବୋଲି ସମର୍ଥନ ଜଣାଇଛନ୍ତି । ସମାବେଶରେ ବେଗନୁଆ ପଚାଂୟତର ପୁର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁ ସଭାପତିତ୍ୱ୍ୱ କରିଥିଲେ । ଏହି ସମ୍ମିଳନୀରେ ବେଗୁନିଆ –ବୋଲଗଡ ଭୁମିପୁତ୍ର ସ୍ୱାଭିମାନ ମଂଚର ପ୍ରମୁଖ କର୍ମକର୍ତା ଭିକାରୀ ସାହୁ ,ନାରାୟଣ ବଳିୟାରସିଂହ , କୃଷ୍ଣ ଚନ୍ଦ୍ର ବାରିକ , ଅକ୍ଷୟ ରଥ , ମୀରା ପରିଡା ,ଅର୍ଜୁନ ଗଡବାଡ ଏବଂ ଭରତ ଚନ୍ଦ୍ର ଛୋଟରାୟ ପ୍ରମୁଖ ଅଣଆଂଚଳିକ ପ୍ରାର୍ଥିତ୍ୱ କୁ ବିରୋଧ କରାଯିବା ପାଇଁ ଆହ୍ୱାନ ଦେଇଥିଲେ । ରାଜନୈତିକ ଦଳ ମାନେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅଂଚଳର ଲୋକଙ୍କୁ ସେମାନଙ୍କ ଦଳପକ୍ଷରୁ ବିଧାୟକପ୍ରାର୍ଥିତ୍ୱ ଭାବେ ଠିଆ କରାଇବା ପାଇଁ ଦାବୀ ହୋଇଛି । ଯଦି ଏହି ନିର୍ବାଚନ ମଣ୍ଡଳୀ ବାହାର ଅଞ୍ଚଳର ପ୍ରାର୍ଥିତ୍ୱ କରନ୍ତି । ତେବେ ସେମାନଙ୍କୁ କଡା ବିରୋଧର ସାମ୍ନା କରିବାକୁ ପଡିବ ବୋଲି ଏହି ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ୩୦ ବର୍ଷ ଧରି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବାହାର ଅଂଚଳରୁ ଲୋକମାନେ ପ୍ରାର୍ଥିତ୍ୱ ହୋଇ ବିଧାୟକ ହେବା ଦ୍ୱାରା ଏଅଂଚଳର ଉନ୍ନତିରେ ବାଧା ଉପୁଜିବା ସହିତ ଅଂଚଳ ବାସୀଙ୍କ ସ୍ୱାଭିମାନରେ ଆଂଚ ଆସିଛି ବୋଲି କୁହାଯାଇଛି । ବାହାର ଅଂଚଳରୁ ଆସି ବିଧାୟକ ହେଉଥିବା କାରଣରୁ ସେମାନେ ବେଗୁନିଆ –ବୋଲଗଡ ବାସୀଙ୍କ ଉପରେ ମୁରବୀ ପଣିଆ ଦେଖାଇ ହୋଇ ଅଂଚଳକୁ ଶୋଷଣ କରୁଛନ୍ତି । ଏଠାରେ ଲୋକ ମାନଙ୍କର ଗଣତାନ୍ତ୍ରୀକ ସ୍ୱାଧିନତାକୁ ଚାପି ଦେବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ଫଳରେ ଏହି ଅଂଚଳର ଜନସାଧାରଣଙ୍କର ସ୍ୱାଭିମାନ ପ୍ରତି କୁଠାରଘାତ କରାଯାଉଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ଅଂଚଳରେ ଅନେକ ଟାଣୁଆ ,ସ୍ୱାଭିମାନୀ ଏବଂ ନିର୍ବିକ ନେତା ଅଛନ୍ତି । ତେଣୁ ବେଗୁନିଆ ବୋଲଗଡ ମାଟିର ସନ୍ତାନଙ୍କୁ ପ୍ରାର୍ଥିତ୍ୱ କରିବା ପାଇଁ ଦାବୀ କରାଯାଇଛି । ଯଦି ବାହାର ଅଂଚଳର ଲୋକଙ୍କୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରାର୍ଥିତ୍ୱ କରାଯାଏ ତାହା ହେଲେ ସେମାନଙ୍କୁ ବିରୋଧ କରାଯିବା ପାଇଁ ଜନସଚେତନା ଓ ଜନଜାଗରଣ କରାଯିବ ବୋଲି କୁହାଯାଇଛି ।