ଭୋଟଚୋରି ଅଭିଯୋଗ ରେ ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ

ନୂଆଦିଲ୍ଲୀ:- ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗକୁ ନେଇ  ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ‘ଜଣେ ଯଦି କହିବ ଯେ ଭୋଟର ତାଲିକାରେ ଜଣେ ବ୍ୟକ୍ତିଙ୍କର ଦୁଇଥର ନାଁ ରହିଛି ମାନେ ସେ ଦୁଇଥର ଭୋଟ ଦେଇଛନ୍ତି, ତେବେ ନିର୍ବାଚନ କମିସନ ଚୁପ ହୋଇ ବସିବେ ନାହିଁ। ନିର୍ବାଚନ କମିଶନ ଏପରି ଗମ୍ଭୀର ପ୍ରସଙ୍ଗରେ ଶପଥପତ୍ର ବିନା କାମ କରିବା ଉଚିତ ନୁହେଁ।’

ମୁଖ୍ୟ ନିର୍ବାଚନ କମିଶନର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସ୍ପଷ୍ଟ ଭାବରେ କହିଛନ୍ତି, ତାଙ୍କୁ ଏକ ଶପଥପତ୍ର ଦେବାକୁ ପଡିବ କିମ୍ବା ଦେଶକୁ କ୍ଷମା ମାଗିବାକୁ ପଡିବ। ଯଦି ସାତ ଦିନ ମଧ୍ୟରେ ଶପଥପତ୍ର ଗ୍ରହଣ ନହୁଏ, ତେବେ ଏହାର ଅର୍ଥ ହେବ ଯେ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ।