କଳାହାଣ୍ଡି / ଗଣେଶ ଭାଟି : ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ଗଲା ବୃଦ୍ଧାଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡା ଗ୍ରାମରେ ।
ସୂଚନା ଅନୁଯାୟୀ, କାଳୀନ୍ଦ୍ରୀ ତାଣ୍ଡି ନାମକ ଜଣେ ବିଧବା ମହିଳା ଗାଧେଇ ଘରକୁ ଆସୁଥିବା ବେଳେ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜିଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ପରେ ବୃଦ୍ଧାଙ୍କୁ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣକୁ ନେଇ ବୃଦ୍ଧାଙ୍କୁ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି । ତେବେ ଖବର ପାଇ କୋକସରା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବୁତ୍ତ ଫେରାର ଥିବା ଜଣାପଡିଛି ।