ଆଜି ଇଦ୍ ଉଲ୍ ଜୁହା । ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନନ୍ଦର ସହ ପାଳନ କରନ୍ତି । କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ତେବେ କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ୫ ଜଣକୁ ନେଇ ଅନୁଷ୍ଠିତ ହେବ । ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବା ବେଳେ, କୋରୋନା କଟକଣାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।