(ପ୍ରିୟଦର୍ଶନୀ ସ୍ୱାଇଁ/ରିପୋଟରର୍ସ ଟୁଡ଼େ): ଅଧିକାଂଶ ଲୋକ ନନଭେଜ୍ ଖାଇବାକୁ ପସନ୍ଦ କରିଥାନ୍ତି । ଏପରି କି ଭିନ୍ନ ଭିନ୍ନ ସ୍ୱାଦର ନନଭେଜ୍ ଖାଇବାକୁ ଇଚ୍ଛା ରହିଥା, । ତେବେ ଆପଣ ପୋଟଳ କୋରମା,ଚିକେନ କୋରମା,ମଟନକୋରମା ଖାଇଥିବେ । ଆଜି ଆମେ ବନାଇବୁ ଅଣ୍ଡା କୋରମା ।
ଆବଶ୍ୟକ ସାମଗ୍ରୀ: ସିଝା ଅଣ୍ଡା-୪ଟି,ପିଆଜ-୨ଟି,ଅଦାରସୁଣ-୪ଚାମଚ,ଧନିଆ ଗୁଣ୍ଡ-୨ଚାମଚ,ଜିରାଗୁଣ୍ଡ-୧ଚାମଚ,ଲଙ୍କାଗୁଣ୍ଡ-୧ଚାମଚ,ହଳଦି ଗୁଣ୍ଡ-୧ଚାମଚ,ଫ୍ରାଏଓନିଅନ୍-ଅଳ୍ପ,କାଜୁପେଷ୍ଟ-୪ଚାମଚ,ଦହି -ଅଧାକପ୍,କ୍ଷୀର-ଏକ କପ୍,ରିଫାଇନ୍ ତେଲ ଅଳ୍ପ,କଞ୍ଚାଲଙ୍କା-୩ଟା ।
ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ୪ଟି ଅଣ୍ଡାକୁ ସିଝାଇ ଛୁରୀରେ କାଟି ଦେଇ ଅଳ୍ପ ହଳଦିଗୁଣ୍ଡ,ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ । ଏହାପରେ ଗ୍ୟାସରେ ଅନ୍ କରି ପ୍ୟାନ ବସାଇ ଅଣ୍ଡାକୁ ଫ୍ରାଏ କରିନିଅନ୍ତୁ ।
ଆଉ ଏକ ପ୍ୟାନ ବସାଇ ୨ଚାମଚ ତେଲ ଗରମ କରି ସେଥିରେ ଲବଙ୍ଗ ଓ ଡ଼ାଲିଚିନି ପକାଇ ଗୋଳାଇ ଦିଅନ୍ତୁ । ବାସ୍ନା ଆସିବା ପରେ ବଡ଼ପିଆଜ ପେଷ୍ଟ,ଅଦାରସୁଣ ପେଷ୍ଟ କିଛି ସମୟ କଷି ସେଥିରେ ହଳଦିଗୁଣ୍ଡ,ଲଙ୍କାଗୁଣ୍ଡ ଓ ଲୁଣ ପକାନ୍ତୁ । ସେଥିରେ ଅଧା କପ୍ ପାଣି ଦେଇ କାଜୁ ପେଷ୍ଟ,ଦହି ପକାଇ କିଛି ସମୟ ଫୁଟିବାକୁ ଦିଅନ୍ତୁ । କିଛି ସମୟ ପରେ କ୍ଷୀର ମିଶାଇ କ୍ରିମ ଦେଇ ଅଣ୍ଡା ପକାଇ ଦିଅନ୍ତୁ । ଏହାକୁ ଗାନିସିଙ୍ଗଂ କରିବା ପାଇଁ ଫ୍ରାଏଡ଼ ଓନିଅନ ଓ ଧନିଆ ପତ୍ର ବ୍ୟବହାର କରି ସର୍ଭ କରନ୍ତୁ ଗରମା ଗରମ ଅଣ୍ଡା କୋରମା ।