ସାମଗ୍ରୀ: ଚିକେନ ,ଅଣ୍ଡା , ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା , ଲୁଣ , ଜିରା ଗୁଣ୍ଡ, ଧନିଆ ଗୁଣ୍ଡ , ଗୋଟା ଗରମ ମସଲା , ଜିରା , କଟା ଟମାଟୋ ଓ ତେଲ । ପ୍ରସ୍ତୁତି
ପ୍ରଣାଳୀ: ପ୍ରଥମେ ଚିକନେକୁ ଭଲ ଭାବେ ଧୋଇ ସେଥିରେ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ଅଦା – ରସୁଣ ବଟା ଓ ଲୁଣ ପକାନ୍ତୁ । ଏବେ ସେଥିରେ ଜିରା ଗୁଣ୍ଡ , ଧନିଆ ଗୁଣ୍ଡ ଓ ଅଣ୍ଡା ପକାଇ ମ୍ୟାରିନେଟ କରି ରଖନ୍ତୁ । କିଛି ସମୟ ପରେ କଡ଼େଇରେ ତେଲ ଗରମ କରି ଗୋଟା ଗରମ ମସଲା , ଜିରା , କଟା ଟମାଟୋ, ଅଣ୍ଡା , ଲୁଣ ଓ ହଳଦୀ ପକାଇ ଭଲ ଭାବେ କଷନ୍ତୁ ।
ଅଣ୍ଡା ମସଲା କଷି ହୋଇଗଲେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନ ପକାଇ କଷନ୍ତୁ । ଏବେ ଅଳ୍ପ ପାଣିଦେଇ ଘୋଡ଼େଇ ଦିଅନ୍ତୁ । ଏବେ ଚିକନ୍କେୁ ସିଝିବାକୁ ଛାଡ଼ି ଦିଅନ୍ତୁ । ତେବେ କିଛି ସମୟ ଅନ୍ତରରେ ଘୋଡ଼ଣୀ କାଢି ଦେଖି ଥାଆନ୍ତୁ । ନ ହେଲେ ଚିକେନ ଲାଗି ଯାଇପାରେ । ଚିକେନ ସିଝି ଗଲା ପରେ ଓ ପାଣି ପୂରା ମରିଗଲା ପରେ ସେଥିରେ ଟମାଟୋ ସସ୍ , ଚିଲି ସସ୍ ପକାଇ ଆଉ ଅଳ୍ପ ସମୟ ଚୁଲିରେ ବସାନ୍ତୁ । ଏହାପରେ କଡ଼େଇକୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଅଣ୍ଡା ଚିକେନ ଫ୍ରାଏ’ ।