ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଯୋଜନାରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ପାଇଁ 4944 କିଲୋ ଲିଟର କିରୋସିନ ବଣ୍ଟନ କରିଛନ୍ତି | ଏଥିରେ 96 ଲକ୍ଷ 38 ହଜାର 103 ଜଣ କାର୍ଡ ଧାରୀଙ୍କୁ ଅଧ ଲିଟର ଲେଖା କିରୋସିନ ଦିଆଯାଇଛି | ବର୍ତମାନ 57 ରୁ 59 ଟଙ୍କା ରହିଛି କିରୋସିନ ଦର | କାରଣ ପରିବହନ ଖର୍ଚ୍ଚ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ରହିଛି | ନୂଆ ରାସନ କାର୍ଡ ଦେବା ଆଗରୁ ପୋର୍ଟାଲ ଖୋଲିବ | ଯେଉଁ ପଡା ଗାଁରେ ବିଦ୍ୟୁତ ନାହିଁ, ସେଠି ଅଧିକ କିରୋସିନ ଦେବା ନେଇ ତର୍ଜମା କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗୃହରେ ଉତ୍ତର ରଖିଛନ୍ତି | ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ ପ୍ରଶ୍ନ ରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।