ଚିଲିକାରେ ବାତ୍ୟା ‘ଗୁଲାବ’ର ପ୍ରଭାବ

ଚିଲିକା(ଦିବ୍ୟକାନ୍ତ ବେହେରା): ବାତ୍ୟା ‘ଗୁଲାବ’ ର ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚିଲିକାର ସମୁଦ୍ର ଏବଂ ଚିଲିକା ଅଶାନ୍ତ ରହିଛି । ଗତକାଲି ପାଣିପାଗ ବିଭାଗ ସୂଚନା କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିଲା କଳିଙ୍ଗ ପାଟନମ୍ ଏବଂ ଗୋପାଳପୁର ସ୍ଥଳଭାଗ ମଧ୍ୟରେ ବିଳମ୍ବିତ ରାତିରେ ବାତ୍ୟା ଗୁଲାବ ଗତି କରିବ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇ ସନ୍ଧ୍ୟା ୬ଟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲେ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଯାହା ଫଳରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ମତ୍ସ୍ୟଜିବୀ ମାନଙ୍କୁ ପାଣି ଭିତରକୁ ଯିବାକୁ ସମ୍ପୁର୍ଣ୍ଣ ବାରଣ କରିଛନ୍ତି । ଚିଲିକାରେ ଯାତ୍ରୀବାହି ଡଙ୍ଗା ସାଙ୍ଗକୁ ମାଛଧରା ଡଙ୍ଗା ସମ୍ପୁର୍ଣ୍ଣ ରୁପେ ବନ୍ଦ କରାଯାଇଛି ।