(ଉତ୍ତରପ୍ରଦେଶ) : କରୋନାରେ ନିଧନ ହୋଇଗଲେ ସୁଟର ଦାଦି। ଉତ୍ତରପ୍ରଦେଶ ବାଗପତ୍ର ସୁଟର ଦାଦି ନାମରେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ପରଲୋକ ହୋଇଛି । ଆଜି ମିରଟର ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ ଥିଲେ। ଲଗାତାର ଟୁଇଟରରେ ସକ୍ରିୟ ରହୁଥିଲେ।
ସୂଚନାନୁଯାୟୀ , ୮୯ ବର୍ଷୀୟ ସୁଟର ଦାଦି ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ମିରଟର ଆନନ୍ଦ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ଏହାର ସୂଚନା ସେ ନିଜେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଥିଲେ। ନିଶ୍ବାସ ନେବାରେ କଷ୍ଟ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।