ନିଜର ସ୍ୱପ୍ନ ପୂରଣ କରିବାକୁ ଆସି ଅଦିନରେ ମଉଳି ଯାଉଛନ୍ତି ରୁଚିକା ଭଳି ଅନେକ ଛାତ୍ରଛାତ୍ରୀ

0
Editor – Surjit Dhal

ନିଜର ସ୍ୱପ୍ନ ପୂରଣ କରିବାକୁ ଆସି ଅଦିନରେ ମଉଳି ଯାଉଛନ୍ତି ରୁଚିକା ଭଳି ଅନେକ ଛାତ୍ରଛାତ୍ରୀ । ଜୀବନରେ ଯେ କୌଣସି ସମସ୍ୟା ଆସୁନା କାହିଁକି ଦୃଢ଼ତାର ସହ ସାମ୍ନା କରିବା ଶିଖନ୍ତୁ । ଆତ୍ମହତ୍ୟା କେବେ ସମସ୍ୟାର ସମାଧାନ ନୁହେଁ । ଯିଏ ଦୋଷୀ ତାକୁ ଦଣ୍ଡ ଦିଅନ୍ତୁ ଯେପରି ସେ ଆଉ କାହାକୁ କେବେ ସାହାସ କରିବନି ରାଗିଂ କରିବାକୁ । ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବାକୁ ଚାହୁଁଥିବା ରୁଚିକା କେମିତି ହାରିଗଲେ ତାହା ବିଶ୍ୱାସ ହେଉନି । କିନ୍ତୁ ଆମକୁ ଦେଖୁଥିବା ଅଗଣିତ ଛାତ୍ରଛାତ୍ରୀ ମାନଙ୍କୁ ଶେଷରେ ଗୋଟିଏ କଥା କହିବୁ ଜୀବନରେ ଲଢ଼ିବା ଶିଖନ୍ତୁ ହାରିବା ନୁହଁ । ରୁଚିକାଙ୍କ ଭଳି ଆଉ କେହି ଏପରି ପଦକ୍ଷେପ ନିଅନ୍ତୁ ନାହିଁ । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦେଶର ସୁନେଲୀ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଏହାରି ମଧ୍ୟରେ ଏହି ଦୁଇ ସପ୍ତାହରେ ଆତ୍ମହତ୍ୟା ପାଇଁ ଗଲାଣି ୧୦ରୁ ଅଧିକ ଜୀବନ । ୫ ବର୍ଷରେ ୧,୧୭୧ ଜଣ ନେଇଛନ୍ତି ଏହିଭଳିି ଚରମ ନିଷ୍ପତ୍ତି । ଯାହା ଏବେ ଚିନ୍ତାଜନକ ।