ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ସମନ କରିଛି ଇଡି

ଦିଲ୍ଲୀ : ପୁଣି ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ସମନ କରିଛି ଇଡି । ଏହାକୁ ମିଶାଇ ୪ର୍ଥ ଥର ପାଇଁ ଇଡିର ସମନ କରିସାରିଲାଣି । ଏହା ପୂର୍ବରୁ ୩ ଥର ଇଡି ସମନ ପଠାଯାଇଥିଲେ ମଧ୍ୟ ହାଜର ହୋଇନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱଲ । ତେବେ ପଚରାଉଚରା ପାଇଁ ୧୮ ତାରିଖରେ ହଜାର ହେବାକୁ ନୋଟିସ କରିଛି ଇଡି ।