ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ଇଡି, ୨ ହଜାର ଟଙ୍କା ବଦଳାଇବାକୁ ଧାଡିରେ କରୁଛନ୍ତି ପଚରାଉଚରା

ଭୁବନେଶ୍ବର : ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ହଜାର ଟଙ୍କା ବଦଳାଇବାକୁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ କରୁଛନ୍ତି ତନାଘନା । ଟଙ୍କା ବଦଳାିବାକୁ ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଲାଇନ । ଧାଡିରେ ଠିଆ ହୋଇଥିବା ଲୋକକୁ ଇଓଡବ୍ଲୁ ଟିମ ପଚରାଉଚରା କରୁଛନ୍ତି ।ଲୋକଙ୍କ ଆଧାର କାର୍ଡ ଯାଞ୍ଚ କରିବା ସହ ଫଟୋ ଉଠାଇଛନ୍ତି ଇଓଡବ୍ଲ୍ୟ ଅଧିକାରୀ । ପୂର୍ବରୁ ଆରବିଆଇରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଟିମ ପହଞ୍ଚିଥିଲେ ।

୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ତିନି ଦିନ ହେବ ଆଇବିଆଇ ଭୁବନେଶ୍ୱର ଶାଖାରେ ଲୋକଙ୍କ ଭିଡ ଜମୁଛି । ଆଜି ସକାଳୁ ବି ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଦିନ ମଜୁରିଆ ଥିବା ସୂଚନା ମିଳିଛି ।