ଏନଏସଇର ପୂର୍ବତନ ଏମଡିଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର:ଏନଏସଇର ପୂର୍ବତନ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି ଇଡ଼ି । ଗିରଫ ହେବା ପରେ ଚିତ୍ରାଙ୍କୁ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଏନଏସଇର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଥିଲା। ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଏବଂ ଚିତ୍ରା ରାମକୃଷ୍ଣ ଏବଂ ରବି ନାରାୟଣ ଅଛନ୍ତି, ଯେଉଁମାନେ ଏକଦା ଏନଏସଇର ଉଚ୍ଚ ସ୍ତରୀୟ ଅଧିକାରୀ ଥିଲେ ଏମାନଙ୍କ ନାଁରେ ଅବୈଧ ଫୋନ ଟ୍ୟାପିଂ ମାମଲା ଏବଂ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କ ଗୁଇନ୍ଦାଗିରି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି  ପିଏମଏଲଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ର ଅପରାଧିକ ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ସିବିଆଇ ମଧ୍ୟ ଗତ ସପ୍ତାହରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।