ଘରେ ପ୍ରସ୍ତୁତ କରନ୍ତୁ କ୍ରିସ୍ପି ପନିର କର୍ଣ୍ଣ କଟଲେଟ

0

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ସୁଆଦିଆ କ୍ରିସ୍ପି ପନିର କର୍ଣ୍ଣ କଟଲେଟ ।
ଆବଶ୍ୟକୀୟ ସାମଗ୍ରୀ: ୧୦୦ ଗ୍ରାମ ପନିର,୧/୨ ଚାମଚ ମକା, ୮ରୁଟି ଖଣ୍ଡ,୨ଟି କଟା ପିଆଜ, ୨ଚାମଚ ଅଦା-ରସୁଣ ପେଷ୍ଟ,୨-୩ଟି କଟା କଞ୍ଚା ଲଙ୍କା, ୧ ଚାମଚ ଲେମ୍ବୁ ରସ, ୩ ଟେବୁଲ ଚାମଚ କର୍ଣ୍ଣଫ୍ଲୋର, ୧ ଚାମଚ ଟମାଟୋ କେଚପ, ୨ଚାମଚ ତେଲ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ଚାମଚ ତେଲକୁ ଏକ ପ୍ୟାନରେ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ପିଆଜ,ଅଦା-ରସୁଣ ପେଷ୍ଟ, ଗୋଲମରିଚ ପାଉଡର ଏବଂ ଲେମ୍ବୁ ରସ ମିଶାଇ ୨-୩ ମିନିଟ ଗୋଳାଇ ଭାଜନ୍ତୁ । ଏହାପରେ ପ୍ୟାନରେ ମକା, ପନିର,କେଚପ ଏବଂ ପାଣି ମିଶାଇ ଏକ ମୋଟା ଘୋଳ ପ୍ରସ୍ତୁତ କରନ୍ତୁ । ପ୍ୟାନରେ ତେଲ ଗରମ କରନ୍ତୁ । ରୁଟିର ଚାରି ପାଶ୍ୱର୍କୁ କାଟନ୍ତୁ । ଏହି ରୁଟିକୁ ମକାରେ ପ୍ରସ୍ତୁତ ମସଲାରେ ମିଶାନ୍ତୁ । ଏହାକୁ ଛୋଟ ଛୋଟ କରି ତେଲରେ ଭାଜନ୍ତୁ ।