ଖୋର୍ଦ୍ଧା:- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ସମାରୋହ ରେତଙ୍ଗ କଲୋନୀସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଯୋଗ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଙ୍ଗୀତ ସାଙ୍ଗ କୁ ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠିଥିଲା ଖେଳପଡିଆ । ସର୍ବ ପ୍ରଥମେ ସମସ୍ତଙ୍କୁ ସ୍ଵାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହ ରେଲୱେ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ରେଲୱେ ଉନ୍ନତିର ଚରମ ସୀମାରେ ପହଞ୍ଚିଛି ବୋଲି ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ କହିଥିଲେ । ସବୁଠାରୁ ଚିତାକର୍ଷକ ଦୃଶ୍ୟ ଥିଲା ରେଳ ସୁରକ୍ଷା ବାହିନୀ, ଭାରତ୍ ସ୍କାଉଟ୍ ଗାଇଡ୍, ଏନ୍.ସି.ସି କ୍ୟାଡର୍, ସିଭିଲ୍ ଡିଫେନ୍ସ ଏବଂ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ପରେଡ । ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୁତିକ କାର୍ଯ୍ୟକ୍ରମ ବେଶ୍ ହୃଦୟ ସ୍ପର୍ଶି ଥିଲା ।