ଭୂମିକମ୍ପ ଝଟକାରେ ଥରିଲା ଦେଶର ୩ ରାଜ୍ୟ, ରାଜସ୍ଥାନ, ମେଘାଳୟ ଏବଂ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ

ଭୂମିକମ୍ପ ଝଟକାରେ ଥରିଲା ଦେଶର ୩ ରାଜ୍ୟ। ରାଜସ୍ଥାନ, ମେଘାଳୟ ଏବଂ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି।

(ଦିଲ୍ଲୀ) : ଭୂମିକମ୍ପ ଝଟକାରେ ଥରିଲା ଦେଶର ୩ ରାଜ୍ୟ। ରାଜସ୍ଥାନ, ମେଘାଳୟ ଏବଂ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି। ରାଜସ୍ଥାନର ବିକାନୋରରେ ସବୁଠୁ ଅଧିକ ୫.୩ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି।

ସୂଚନାନୁଯାୟୀ, ରାଜସ୍ଥାନର ବିକାନୋରରେ ସକାଳ ୫ଟା ୨୪ ମିନିଟ୍‌ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି। ସେହିପରି ଲେହ ଲଦ୍ଦାଖର କିଛି ଅଞ୍ଚଳରେ ଭୋର ୪ଟା ୫୭ ମିନିଟ୍‌ରେ ଭୂମିକମ୍ପ ହୋଇଛି। ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏହା ପୂର୍ବରୁ ବିଳମ୍ବିତ ରାତି ୨ଟା ୧୦ ମିନିଟ୍‌ରେ ମେଘାଳୟର ୱେଷ୍ଟ ଗାରୋ ହିଲ୍ସ୍‌ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି।