ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ ,ତୀବ୍ରତା ୫.୧ ରେକର୍ଡ

ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର

(ଜମ୍ମୁ କଶ୍ମୀର) : ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ଏହାର ତୀବ୍ରତା ୫.୧ ଥିବା ମପାଯାଇଛି । ଏହା ୧ଟା ୫ମିନିଟରେ ହୋଇଥିବା ବେଳେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ- ତାଜିକସ୍ତାନରେ ଥିଲା । ସବୁଠାରୁ ବଡ଼ କଥା ହେଉଛି କି ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ଭୂକମ୍ପ ବିଜ୍ଞାନ ଲାଗି ହୋଇଥିବା ରାଷ୍ଟ୍ରୀୟ କେନ୍ଦ୍ର ବି ଏହା ଉପରେ ଟ୍ବିଟ କରିଛି । କୁହାଯାଉଛି କି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ- ତାଜିକସ୍ତାନରେ ଥିଲା । କିନ୍ତୁ ପରେ ଜଣାପଡ଼ିଥିଲା କି ଏହାର ଝଟକା ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ଅନୁଭବ ହୋଇଛି ।

ଅନ୍ୟପଟେ , ଗତକାଲି ଭୂକମ୍ପରେ ଥରିଥିଲା ଉତ୍ତର ପୂର୍ବ ରାଜ୍ୟ ମେଘାଳୟ। ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଡ ହୋଇଥିବା ବେଳେତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି। ସେହିଭଳି ଏହା ପୂର୍ବ ରାତିରେ ଚେରାପୁଞ୍ଜିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।