(ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ) : ଚାଷୀ ଓ ଚିଙ୍ଗୁଡ଼ି ଘେରିରେ ସୁଲଭ ମୂଲ୍ୟରେ ବାଲିତୁଠ ମେସିନ ଏକସାଭେଟର ଗୁଡିକ ନିୟୋଜିତ କରିବା ନେଇ ପ୍ରତିଶୃତି ବଦ୍ଧ ହୋଇଛନ୍ତି ମା ଶାରଳା ଏକସାଭେଟର ମାଲିକ ସଙ୍ଘ କ୍ଷ ଏ ନେଇ ବାଲିତୁଠ ଗ୍ରାମର କଦମ୍ବ ମଠ ରେ ଆୟୋଜିତ ମେସିନ ଏକସାଭେଟର ମାଲିକ ସଙ୍ଘ ଦ୍ୱାରା ଆୟୋଜିତ ବୈଠକ ରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଆଗାମୀ ଦିନରେ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପ ସଂସ୍ଥାନ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗାଡି କିଣି ବେପାର କରିବା ସହିତ କିଛି ରୋଜଗାର କରିବା ଲକ୍ଷରେ ଥିବା ମେସିନ ମାଲିକମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ଙ୍କୁ ଅବଗତ କରାଯାଇ ଶିଳ୍ପ ସଂସ୍ଥାନ ରେ ମେସିନ ନିୟୋଜିତ କରିବା ନେଇ ସଙ୍ଘ ର ବୈଠକ ରେ ନିଷ୍ପତ୍ତି ନିଆଯାଇଥିବା ନେଇ ସଙ୍ଘ ର ସଭାପତି ପ୍ରକାଶ କରିଛନ୍ତି କ୍ଷ