ଦୁଷ୍ମନ୍ତ ଆତ୍ମହତ୍ୟା ପ୍ରସଙ୍ଗରେ ଆଉ ଜଣେ ହାଜର

କଟକ(ଜଗନ୍ନାଥ ମହାନ୍ତି): ଦୁଷ୍ମନ୍ତ ଆତ୍ମହତ୍ୟା ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଏବେ ମଙ୍ଗଳବାଗ ଥାନାରେ ହାଜର ହୋଇଛନ୍ତି ଆଉ ଜଣେ ବ୍ୟକ୍ତି । ଧାରା ୧୬୧ ଅନୁଯାୟୀ ଦୀପ୍ତି ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି ପୋଲିସ । ଏସ ସି ବିରେ ଚିକିତ୍ସାଧୀନ ଥିବା ବେଳେ ଧାରା ୧୬୧ ଅନୁଯାୟୀ ନିୟମିତ ତାଙ୍କୁ ଫୋନ କରିବା ସହ ସହଯୋଗ ଲୋଡିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହିତ ଦୁଷ୍ମନ୍ତ ତାଙ୍କର ଚିକିତ୍ସା ସମ୍ପର୍କିତ କାଗଜପତ୍ର ବି ପଠାଇ ଥିବା ସେ କହିଛନ୍ତି । ଆଜି ମଧ୍ୟ ଗତକାଲି ଭଳି ୱେବ ଚ୍ୟାନେଲର ଦୁଇ ସାମ୍ବାଦିକମାନଙ୍କର ବୟାନ ରେକର୍ଡ କରାଯାଇଛି।