ବାତ୍ୟା ସମୟରେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ

0

କେନ୍ଦ୍ରାପଡା; ମାନସଙ୍କ ସାହାସିକତାକୁ ସଲାମ୍  । ବତ୍ୟା ସମୟରେ ବନ୍ଧୁ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁାମର ମଲ୍ଲିକ । ଟଙ୍କା ପାଇଥିଲେ ଫେରାଇଥିଲେ, ଆଉ ତା ସାଙ୍ଗକୁ  ନିଜେ ରୋଗୀ ଟେକି ଟେକି ଡାକ୍ତରଖାନାରେ ପହଞ୍ଚାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗାଁକୁ ରୋଗୀଙ୍କୁ ଆଣିବାକୁ ଯାଇଥିଲା ଆମ୍ବୁଲାନ୍ସ । ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ସତ୍ଵେ ବହୁ ସଂଘର୍ଷ ପରେ ରୋଗୀଙ୍କୁ ଆଣିବାକୁ କାଠୁଆ ଗାଁରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କ ଗାଁରେ ପହଞ୍ଚିଥିଲେ ମଧ୍ୟ ରୋଗୀଙ୍କ ଘର ପର୍ୟ୍ୟନ୍ତ ଯାଇପାରି ନଥିଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ ହେଲପର ମାନସ କୁମାର ମଲ୍ଲିକ ରୋଗୀଙ୍କୁ ଟେକି ଟେକି ଆମ୍ବୁଲାନ୍ସ ମଧ୍ୟକୁ ଆଣିଥିଲେ । ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କୁ ଛାଡ଼ିବା ପରେ ଆମ୍ଵୁଲାନ୍ସ ଭିତର ସଫା କରୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ପକେଟରୁ ପଡ଼ିଯାଇଥିବା ୬ ହଜାର ୫୦୦ ଟଙ୍କା ପାଇଥିଲେ ମାନସ। ଟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ରୋଗୀଙ୍କ ସମ୍ପର୍କୀୟଙ୍କୁ ତାଙ୍କ ଟଙ୍କା ଫେରାଇଥିଲେ  । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସ୍ଥାନୀୟ ଲୋକେ ତଥା ହସ୍ପିଟାଲ କର୍ତ୍ତୃପକ୍ଷ ବହୁତ ପ୍ରଶଂସା କରିଛନ୍ତି ।