(ଭୁବନେଶ୍ୱର/ସରୋଜ ରାଉତ): ଚଳିତ ବର୍ଷ ଦୀପାବଳି ପାଇଁ କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ତରଫରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଗାଇଡଲାଇନକୁ କଡା କଡି ଭାବେ ପାଳନ କରିବା ନେଇ ଡିସିପିଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି ହୋଇଛି । ଏ ନେଇ ଡିସିପି ଉମା ଶଙ୍କର ଦାସ ଜନସାଧାରଣଙ୍କୁ ଦୀପାବଳିରେ ବାଣ ନ ପୁଟାଇବା ପାଇଁ ସୂଚନା ଦେଇଛନ୍ତି ।
ଯେଉଁମାନେ ନିୟମ ନ ମାନି ବାଣ ଫୁଟାଇବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଡିସିପି କହିଛନ୍ତି । ଏହା ସହ ସେ ବାଣ ଦୋକାନି ମାନଙ୍କୁ ବାଣ ନ ବିକିବାକୁ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏହା ସତ୍ୱେ ଯଦି କେହି ଦୋକାନି ବାଣ ବିକ୍ରି କରୁଥିବା ଦେଖିବାକୁ ମିଳେ ତେବେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ ।